ଦିଲ୍ଲୀ ୟୁନିଭର୍ସିଟିରେ ଏବିଭିପିର ବୃହତ୍‌ ବିଜୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ସମର୍ଥିତ ଛାତ୍ର ସଂଗଠନ ଏବିଭିପିକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ବଡ଼ ସଫଳତା ମିଳିଛି। ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରମୁଖଟି ପଦବୀ ମଧ୍ୟରୁ ୩ଟି ହାତେଇ ନେଇଛି। ଶୁକ୍ରବାର ଘୋଷିତ ଫଳାଫଳ ଅନୁଯାୟୀ, ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ଆଦି ପଦବୀରେ ଜିତିଛି। ସେହିଭଳି କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସ୍ୟୁଆଇ କେବଳ ସମ୍ପାଦକ ପଦବୀ ଜିତିପାରିଛି।

ଆଜି ଭୋଟ୍‌ ଗଣତି ୮.୩୦ରେ ଆରମ୍ଭ ହେବାର ଥିଲା, କିନ୍ତୁ ପ୍ରାର୍ଥୀମାନେ ବିଳମ୍ବରେ ପହଞ୍ଚିବାରୁ ଏଥିରେ ବିଳମ୍ବ ହୋଇଥିଲା। ଚଳିତ ବର୍ଷ ମାତ୍ର ୩୯.୯୦% ଭୋଟିଂ ହୋଇଥିଲା। ଯାହାକି ଗତ ବର୍ଷର ୪୪.୪୬% ଭୋଟ୍‌ ତୁଳନାରେ ବହୁତ କମ୍‌। ୨୦୧୭ରେ ମୋଟ ଭୋଟିଂ ପ୍ରତିଶତ ୪୨.୫% ଥିଲା। ଚଳିତ ବର୍ଷ ଇଭିଏମ୍‌କୁ ନେଇ ବିଭିନ୍ନ ବିବାଦ ହେବା ପରେ ୫୨ଟି ପୋଲିଂ ସେଣ୍ଟରରେ ଭୋଟ୍‌ଗ୍ରହଣ ହୋଇଥିଲା।

ଏହି ୪ଟି ପ୍ରମୁଖ ପଦବୀ ପାଇଁ ୪ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣ ପ୍ରାର୍ଥୀ ଥିଲେ। ଏବିଭିପି ପକ୍ଷରୁ ଅକ୍ଷିତ ଦହିୟା, ପ୍ରଦୀପ ତନ୍‌ୱାର, ଯୋଗୀତ ରଥୀ ଏବଂ ଶିବାଙ୍ଗୀ ଖେରାୱାଲ ଯଥାକ୍ରମେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଲଢ଼ୁଥିଲେ। ସେହିଭଳି ଏନ୍‌ଏସ୍‌ୟୁଆଇ ଚେତନା ତ୍ୟାଗୀଙ୍କୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ। ଏନ୍‌ଏସ୍‌ୟୁଆଇର ଆଶିଷ ଲାମ୍ବା ସାଧାରଣ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି।