ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର : ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ କରୋନା ଟିକା ନେଇପାରିବେ

ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୋଭିଡ-୧୯ ଟିକାକରଣର ୩ୟ ପର୍ଯ୍ୟାୟକୁ ମଂଜୁରୀ ଦିଆଯାଇଛି । ଏହି ପର୍ଯ୍ୟାୟରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ, ବୟସସୀମା ଆଦିକୁ କୋହଳ କରାଯାଇଛି ।

କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ ଉପଲବ୍ଧ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଥିଲେ ।ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ନିବିଷ୍ଟ କରିପାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ବୋଲି କେନ୍ଦ୍ରକୁ ଚିଠି ଲେଖିଥିଲେ । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । 

ଅନ୍ୟପକ୍ଷରେ ଟିକା କମ୍ପାନିମାନେ ଯେପରି ଟିକା ଉତ୍ପାଦନ ବଢାଇପାରିବେ ସେଥିପାଇଁ ସରକାର ସେମାନଙ୍କୁ ପ୍ରେତ୍ସାହନ ଦେବେ । ସେହିପରି କମ୍ପାନିମାନେ ନିଜର ଉତ୍ପାଦନର ୫୦ ପ୍ରତିଶତ ସିଧାସଳଖ ରାଜ୍ୟମାନଙ୍କୁ ଓ ଖୋଲାବଜାରରେ ବିକ୍ରି କରିପାରିବେ । ସେହିପରି ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ । ଅନ୍ୟପକ୍ଷରେ ଅଗ୍ରାଧିକାର ବର୍ଗର ଲୋକମାନଙ୍କୁ ପୂର୍ବପରି ମାଗଣାରେ ଟିକା ଦିଆଯିବ ।

above18 years age all persons can get covid vaccine in india