୪ଟି ବସ୍ ରେ ସୁରଟରୁ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗୁଜୁରାଟ ସୁରତରୁ ଓଡିଶା ଅଭିମୁଖେ ବାହାରିଲା ପ୍ରବାସୀ ଓଡିଆ। ୪ ଟି ବସରେ ଓଡିଶା ଫେରୁଥିବା ନେଇ ସୂଚନା। ବସରେ ଫେରୁଥିବା ସମସ୍ତ ଓଡିଶା ଲୋକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା। ତେବେ ସେମାନେ ନିଜ ଖର୍ଚ୍ଚରେ ଓଡ଼ିଶା ଫେରୁଥିବା ଜଣାପଡିଛି ।

ଏ ନେଇ ସ୍ପଷ୍ଟ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସମସ୍ତ ଲୋକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେମାନେ ସମସ୍ତେ ଏଠାରେ ପହଂଚିଲେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ୧୪ ଦିନିଆ କ୍ୱାରେନଂଟାଇନ୍ ରେ ରଖାଯିବ ବୋଲି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ।