ଅଭିଜିତଙ୍କ ପାଗଳାମି : ଜାତିର ପିତାଙ୍କୁ ଦେଲେ ଯୌନ ପିପାଶୁ ଆଖ୍ୟା

ଭୋପାଳ ଲୋକସଭା ଆସନ ର ବିଜେପି ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ନେଇ ସାରା ଦେଶରେ ଚର୍ଚ୍ଚା ର ପରିସରକୁ ଆସିଥିବା ବେଳେ ଏହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି । ପ୍ରଜ୍ଞା ମହାତ୍ମାଗାନ୍ଧୀ ଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଯାହାକୁ ନେଇ ସାରା ଦେଶରେ ସେ ଚର୍ଚ୍ଚାର ସରବ୍ୟ ଭିତରକୁ ରହିଥିଲେ । ତେବେ ଏହାକୁ ନେଇ ପ୍ରଜ୍ଞା ଙ୍କୁ ନିଜ ଦଳ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ କଟାକ୍ଷ କରାଯାଇଛି ।

‘ ଦ ହିନ୍ଦୁ ‘ ର ନ୍ୟାସନାଲ ଏଡିଟର ସୁହାସିନୀ ହାଇଦର ତାଙ୍କୁ ସମାଲୋଚନା କରିବା ସହ ନିଜ ଟୁଇଟ ଜରିଆରେ ଏହି ବୟାନ କୁ ନିନ୍ଦା କରିଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛିଦିନ ତଳେ ବେଶ ବିବାଦୀୟ ହୋଇପଡିଥିବା ଅଭିଜିତ ଆୟାର ମିତ୍ର ସୁହାସିନୀଙ୍କ ଟୁଇଟ କୁ ରି ଟୁଇଟ ମାରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତି ନୀଚ ଭାଷାରେ ଚିତ୍ରଣ କରିଛନ୍ତି । ନିଜର ବାଲ୍ୟ ଜୀବନରେ ନାବଳିକାଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଲୋକ ଭାରତରେ ଜାତିର ପିତା , ଯାହାକି ଘୋର କଳିଯୁଗ ବୋଲି ସେ ନିଜ ଟୁଇଟ ରେ ଲେଖିଛନ୍ତି । ତାଙ୍କ ଟୁଇଟ କୁ ନେଇ ସାରା ଦେଶରେ ପୁଣିଥରେ ଦେଶବାସୀ ଙ୍କ ମନରେ କଠୋରଘାତ ହୋଇଛି । ଓଡ଼ିଆ ଲୋକ ଓ ଓଡ଼ିଶାର କୀର୍ତିରାଜି ସମ୍ପର୍କରେ କିଛିଦିନ ତଳେ ବିକୃତ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ସାଥୀ ଅଭିଜିତ ପୁଣି ଥରେ ଜାତିର ପିତାଙ୍କୁ ଅପମାନିତ କରି ଆଉ ଏକ ଅପରାଧ କରିଥିବାରୁ ତାଙ୍କୁ ତୁରନ୍ତ ଆଇନ ଅନୁଯାୟୀ ଦଣ୍ଡିତ କରିବା ପାଇଁ ଦାବୀ ଜୋର ଧରିଛି ।