ପାରୋଲ୍ ରେ ଗଲେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବାରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍ ଲାଗି ଅନୁମତି ପ୍ରଦାନ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଜର ପୈତୃକ ବାସଭବନରେ ରେହମାନକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ପୋଲିସ ଉପସ୍ଥିତିରେ ଅନ୍ତ୍ୟେଷ୍ଟି କ୍ରିୟା ସରିବା ପରେ ରେହମାନ୍ ପୁଣି ଫେରିବ ଚୌଦ୍ୱାର ଜେଲକୁ ।

ଏଠାରେ ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହିତ ଲିଙ୍କ୍ ରହିଥିବା ଅଭିଯୋଗରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନକୁ ପୋଲିସ ୨୦୧୫ ଡିସେମ୍ବରରେ ଗିରଫ କରିଥିଲା । ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ରେହମାନର କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ଗାଁ’ରୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।