ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: ଆଗେଇ ଚାଲିଛି ଆପ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଭୋଟ୍ ଗଣତି। ଆଜି ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ୨୦୦୦ ଭୋଟରେ ଆଗରେ ଅଛନ୍ତି । ଏହାସହିତ ବର୍ତମାନ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡରେ ଆପ ୫୧ ଓ ବିଜେପି ୧୮ଟି ଆସନରେ ଆଗରେ ଅଛି । ଆପ ପ୍ରାର୍ଥୀ ଆତିଶୀ ପଛରେ ଅଛନ୍ତି । ସେହିପରି ବଲିମାରାନ ଆସନରୁ ବିଜେପି ପ୍ରାର୍ଥୀ ଆଗରେ ଥିବା ଜଣା ପଡିଛି ।