ପାକ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ: ଆତଙ୍କବାଦୀ ଆଝାର ୟୁସୁଫ ନିହତ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ଆକ୍ରମଣ ଫଳରେ ଜୈଶ୍-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଶାଳକ ତଥା କୁଖ୍ୟାତ ଆତଙ୍କବାଦୀ ଆଝାର ୟୁସୁଫ ନିହତ ହୋଇଥିବା ଜଣାଯାଇଛି । ଏହି କୁଖ୍ୟାତ ଆତଙ୍କବାଦୀ ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଆଇସି-୮୧୪ ଅପହରଣ ଘଟଣାରେ ସାମିଲ ଥିଲା । ୟୁସୁଫ ବିରୋଧରେ ଇଂଟରପୋଲ ୨୦୦୦ ମସିହାରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି । ଆଇସି ୮୧୪ ବିମାନ ନେପାଳରୁ କାନ୍ଦାହାରକୁ ଅପହରଣ କରାଯିବା ଘଟଣାରେ ୟୁସୁଫ ମୁଖ୍ୟ ଷଡଯନ୍ତ୍ରକାରୀ ରହିଥିଲା । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଜୈଶ୍ର ବାଲାକୋଟ କ୍ୟାମ୍ପ ଧ୍ୱଂସ ହୋଇଯାଇଛି । ଯେଉଁଥିରେ ୨ ଶହରୁ ୩ ଶହ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଉକ୍ତ କ୍ୟାମ୍ପରେ ୟୁସୁଫ ମଧ୍ୟ ରହିଥିଲା ।