OTV ମିଛ ଖବର ଉପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସ୍ପଷ୍ଟୀକରଣ : ଆକାଶ ମାର୍ଗରେ ପରିଦର୍ଶନ ସମୟ ହେଉଛି ୧୯ ମିନିଟ୍

୩ଟା ୪୨ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର ଛାଡ଼ିଥିବା ବେଳେ ଅପରାହ୍ଣ ୪ଟା ୧ରେ ଲ୍ୟାଣ୍ଡିଂ କରିଥିଲା

ଭୁବନେଶ୍ୱର: ଏକ ନମ୍ବର ଚ୍ୟାନେଲରେ ଡାହା ମିଛ ଖବର । ଆରଟିଆଇ ସୂଚନାକୁ ଭିତ୍ତି କରି ଅକ୍ଟୋବର ୧୪ରେ ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନକୁ ନେଇ ଓଟିଭି ପ୍ରଶ୍ନ ଉଠାଇବା ସହ ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ କୌଣସି VVIPଯାତ୍ରା କରିନଥିବା ଖବର ପ୍ରସାରଣ କରିଥିଲା । ଏହା ଉପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛି ।

୩ଟା ୪୨ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର ଛାଡ଼ିଥିବା ବେଳେ ଅପରାହ୍ଣ ୪ଟା ୧ରେ ଲ୍ୟାଣ୍ଡିଂ କରିଥିଲା

୨୦୨୦ ଅଗଷ୍ଟ ୩୧ ତାରିଖରେ ଭାରତୀୟ ସମୟ ଅପରାହ୍ଣ ୩ଟା ୪୨ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର ଛାଡ଼ିଥିବା ବେଳେ ଅପରାହ୍ଣ ୪ଟା ୧ରେ ଲ୍ୟାଣ୍ଡିଂ କରିଥିଲା । ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ସମୟକୁ ବାଦ୍ ଦେଇ ଆକାଶ ମାର୍ଗରେ ପରିଦର୍ଶନ ସମୟ ହେଉଛି ୧୯ ମିନିଟ୍ ।
ବିମାନବନ୍ଦର ଏସଓପି ଅନୁସାରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ଦେଶର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦେଶର ମୁଖ୍ୟ VVIP । ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀ ଅନ୍ତର୍ଭୁକ୍ତ ନୁହଁନ୍ତି। କିନ୍ତୁ, ଓଟିଭି ପ୍ରସାରଣ କରିଥିବା ଖବରରେ ଡାହା ମିଛ କହିଥିଲା ।

AAI CLARIFICATION ON OTV FAKE NEWS