ରାଜ୍ୟର ୧୫୮ ଆହାର କେନ୍ଦ୍ର ଓ ୩୪ କେନ୍ଦ୍ରୀୟ ପାକଶାଳାକୁ ମିଳିଲା ଆଇଏସଓ ମାନ୍ୟତା

ଭୁବନେଶ୍ବର:  ଆହାର କେନ୍ଦ୍ରକୁ ମିଳିଛି  ଆଇଏସଓ ମାନ୍ୟତା । ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ପାକଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ  ସହରାଞ୍ଚଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହାର ଯୋଜନାରେ ସହରାଂଚଳର ଗରିବ ଲୋକମାନଙ୍କୁ ଶସ୍ତାରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର । ଆହାର କେନ୍ଦ୍ରରେ ମାତ୍ର ୫ ଟଙ୍କା ଦେଇ ଲୋକମାନେ ପେଟପୂରା ଖାଇପାରୁଛନ୍ତି । ଏହି ପ୍ରମାଣ ପତ୍ର ମିଳିବା ପରେ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ଖୁସି ଜାହିର କରାଯାଇଛି ।