ଆଜି ୱାର୍ଲି ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ଶିବସେନାର ଆଦିତ୍ୟ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ନେତା ଆଦିତ୍ୟ ଠାକରେ ଗୁରୁବାର ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଦିତ୍ୟ ଦକ୍ଷିଣ-କେନ୍ଦ୍ରୀୟ ମୁମ୍ବାଇର ୱାର୍ଲି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ଅବସରରେ ପିତା...

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ନେତା ଆଦିତ୍ୟ ଠାକରେ ଗୁରୁବାର ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଦିତ୍ୟ ଦକ୍ଷିଣ-କେନ୍ଦ୍ରୀୟ ମୁମ୍ବାଇର ୱାର୍ଲି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ଅବସରରେ ପିତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ । ଆଦିତ୍ୟଙ୍କ ନାମାଙ୍କନ ପୂର୍ବରୁ ଶିବସେନା ଏକ ବିଶାଳ ରାଲିର ଆୟୋଜନ କରୁଛି । 

ସୂଚନାଯୋଗ୍ୟ ଯେ, ଆଦିତ୍ୟ ହେଉଛନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ, ଯେ କି ଶାଳିନୀ ଠାକରେଙ୍କ ପରେ ନିର୍ବାଚନ ଲଢ଼ିଛନ୍ତି । ଶାଳିନୀ ୨୦୧୯ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । ମହାରାଷ୍ଟ୍ର ନବ ନିର୍ମାଣ ସେନାର ପ୍ରତିଷ୍ଠାତା ରାଜ ଠାକରେଙ୍କ ନାତୁଣୀ ଓ ଜିତେନ୍ଦ୍ର ଠାକରେଙ୍କ ଧର୍ମପତ୍ନୀ ଗତ ଥର ଲୋକସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ।  

Spread the love
Categories
ପଲିଟିକ୍ସ

RELATED BY