ଓଡିଶାରେ ସବୁ ସରକାରୀ ଯୋଜନାରେ ଆଧାର ହେବ ବାଧ୍ୟତା ମୂଳକ

ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଲେ ଅର୍ଥ ବିଭାଗ

ଭୁବନେଶ୍ୱର  : ସରକାରୀ ଯୋଜନାରେ ଆଧାର ହେବ ବାଧ୍ୟତା ମୂଳକ । ଆଧାର ନଥିଲେ ମିଳବନି ସରକାରୀ ସବୁଧା । ହିତାଧୀକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବେ । ରାଜ୍ୟ ସରକାରଙ୍କର ଜନହିତକର ଯୋଜନାରେ ଆଧାରକୁ ରାଜ୍ୟ ସରକାର ବାଧ୍ୟତାମୂଳକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଅର୍ଥ ବିଭାଗ ଡିସେମ୍ବର ୨ରେ ରାଜ୍ୟର ସବୁ ବିଭାଗର ସଚିବ ମାନଙ୍କୁ ଚିଠି ଲେଖିଛନ୍ତି । କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉଛି, ତାକୁ ଚିହ୍ନଟ କରି ଆଧାର ଲିଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ରାଜ୍ୟ ସରକାର ଏବେ ୪୪ଟି ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ୧୦ରୁ ଅଧିକ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉଛି।  କେନ୍ଦ୍ରସରକାଙ୍କ ଆଧାର ଅଧିନିୟମ ୨୦୧୬ ସର୍କୁଲାରକୁ କଡା କଡି ପାଳନ କରିବାକୁ ଅର୍ଥ ବିଭାଗ ଚିଠି ଲେଖି ରାଜ୍ୟର ସବୁ ସଚିବ ମାନଙ୍କୁ ପରାମଶ୍ୟ ଦେଇଛନ୍ତି । ଖାସ କରି  ରାଜ୍ୟସରକାରଙ୍କ କନସୋଲିଡେଟେଡ ଭଣ୍ଡରୁ ହେଉଥିବା ସବୁ ଯୋଜନା ଗୁଡିକ ପାଇଁ ଏହା ବାଧ୍ୟତା ମୂଳକ ହେବ ବୋଲି ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି । ଏହା ଦ୍ବାରା ଯୋଜନାରେ ସ୍ବଛ୍ବତା ଆସିବ। ହିତାଧିକାରୀ ମାନେ ଏକାଧିକ ପରିଚୟ ପତ୍ର ଦାଖଲ କରିବାକୁ ପଡିବ ନାହିଁ । ୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ଜନହିତକର ଯୋଜନା ସହ ଆଧାର ସଂଯୋଗ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି।