କ୍ୱାରେଂଟାଇନ୍ ସେଂଟରରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ : କ୍ୱାରେଂଟାଇନ୍ ସେଂଟରରେ ପଶ୍ଚିମବଙ୍ଗ ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ । ତାଙ୍କର ବୟସ ୭୨ବର୍ଷ । ଭଣ୍ଡାରୀପୋଖରୀ ବୟାବନାପୁର କ୍ୱାରେଂଟାଇନ୍ କେନ୍ଦ୍ରରେ ଥିଲେ । ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଡାକ୍ତର କହିଛନ୍ତି । ସେ ଗତକାଲି କଲିକତାରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିଲେ ।

ପଶ୍ଚିମବଙ୍ଗରୁ ବିଭିନ୍ନ ସମୟରେ ଫେରୁଥିବା ଅନେକ ବ୍ୟକ୍ତି କରୋନା ଆକ୍ରାନ୍ତରୁ ଚିହ୍ନଟ ହେବାର ଲାଗିଛନ୍ତି । ଏହି ବୃଦ୍ଧ ଜଣଙ୍କ କଲିକତାରୁ ଫେରିଛନ୍ତି । ଯେହେତୁ ସେ କଲିକତାରୁ ଫେରିଥିଲେ । ତାଙ୍କୁ କ୍ୱାରେଂଟାଇନ୍ ସେଂଟରରେ ରଖାଯାଇଥିଲା । ଗତକାଲି ସେ ଆସିଥିଲେ । ତାଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇ ନାହିଁ । ଏଣୁ ତାଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟାନ୍ୟ ରୋଗ ଥିବା କଥା ଡାକ୍ତର କହିଛନ୍ତି ।