ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର; ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନବରଙ୍ଗପୁର: ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ । ବିଲ ମଝିରୁ ନାବାଳିକାଙ୍କ ମୃତଦେହ ମିଳିଥିବାବେଳେ ସେଠାରୁ ପୁରୁଷ ଲୋକଙ୍କର ୨ଟି ପ୍ୟାଂଟ ଓ ଚପଲ ମଧ୍ୟ ପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ୧୬ ବର୍ଷର ନାବାଳିକା ଜଣଙ୍କ ଗତକାଲି ରାତିରେ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିଲେ। ଆଉ ତା’ପରେ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ଠାବ କରାଯିବା ପରେ ତାଙ୍କୁ ଦୁଷ୍କର୍ମ କରି ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ଘଟଣା ସମ୍ପର୍କରେ କିଛି କୁହାଯାଇପାରିବ ବୋଲି ପୋଲିସ କହିଛି।