ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା ।

ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଆଗରୁ ମଧ୍ୟ ଆଉ ୨ଟିର ମୃତ୍ୟୁ ହୋଇଥିଲା। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୪ରେ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲିବ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।