ଭୁବନେଶ୍ୱର ଏସପ୍ଲାନେଡ଼ରେ ଆତଙ୍କବାଦୀ ଆକ୍ରମଣ ପ୍ରତିହତ ମକଡ୍ରିଲ

ଭୁବନେଶ୍ୱର:ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦୀ ଆକ୍ରମଣ । ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣ ପ୍ରତିହତ କରିବା ପାଇଁ ମକଡ୍ରିଲ ଚାଲିଛି । ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲା କରାଯିବ ସେନେଇ ରିହର୍ସାଲ କରାଯାଇଛି ।

ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବଡ଼ ସପିଂ ମଲ ଏସପ୍ଲାନେଡ଼ରେ ଆଜି ଆତଙ୍କୀ ଆକ୍ରମଣ ପ୍ରତିହିତ ପାଇଁ ମକଡ୍ରିଲ କରାଯାଇଛି । ଏହି ମକଡ୍ରିଲରେ ଏନଡିଆରଏଫ, ଓଡିଆରଏଏଫ ସାମିଲ ରହିଛନ୍ତି । ଏହା ସହ ଏହି ମକଡ୍ରିଲରେ ବମ ସ୍କ୍ୱାଡ୍, ଆଣ୍ଟି ଟେରୋରିଜିମ ସ୍କ୍ୱାଡ୍ ଓ ଅଗ୍ନିଶମ ଟିମ ସାମିଲ ଅଛନ୍ତି । ଆତଙ୍କବାଦୀମାନେ ମଲ ଗୁଡ଼ିକ ଟାର୍ଗେଟ କରିବା ନେଇ ଆଶଙ୍କା କରି ଏହି ମକଡ୍ରିଲ କରାଯାଇଛି । ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲାରେ ଆତଙ୍କବାଦୀଙ୍କୁ କିପରି ଧରିହେବ, ବୋମା ନିଷ୍କ୍ରିୟ କିପରି କରିହେବ ସେନେଇ ଏହି ରିହର୍ସାଲରେ କରାଯାଇଛି ।