ଶିକ୍ଷାନୁଷ୍ଠାନକୁ ଶିଖରରେ ପହଞ୍ଚାଇବ ଛାତ୍ର-ଶିକ୍ଷକଙ୍କ ସୁସମ୍ପର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଯାପିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି । ଏହି ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଏହି ଉଦଯାପନୀ ସମାରୋହରେ ସମସ୍ତେ ନିଜ ନିଜ ବକ୍ତବ୍ୟ ସଭାମଞ୍ଚରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଛାତ୍ର ଓ ଶିକ୍ଷକ ମାନେ ହେଉଛନ୍ତି ଏକ ଶିକ୍ଷାନୁଷ୍ଠାନର ଆତ୍ମା , ଶିକ୍ଷାନୁଷ୍ଠାନକୁ ଶିଖରରେ ପହଞ୍ଚିବାକୁ ହେଲେ ଛାତ୍ର ଓ ଶିକ୍ଷକ ମଧ୍ୟରେ ସୁସମ୍ପର୍କ ଜରୁରୀ। ଏହି ସୁସମ୍ପର୍କ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠତା ଓ ଅନୁଷ୍ଠାନର ଗୌରବ ବୃଦ୍ଧି କରିଥାଏ’ ।

‘ଛାତ୍ର ମାନେ ଜୀବିକା ନୁହେଁ ବ୍ୟକ୍ତିତ୍ବ ଗଠନ ପାଇଁ ଶିକ୍ଷାଗ୍ରହଣ କରନ୍ତୁ’। ଜ୍ଞାନ ଚେତନା ଓ ନେତୃତ୍ବର ବିକାଶ କରିବା ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି।