କଟକ: ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍, ଜଣେ ପେଡ୍ କ୍ୱାରେଣ୍ଟାଇନ୍ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
#COVID19 update in Cuttack city (CMC area)
Out of the 136 new COVID-19 +ve cases reported today in #Cuttack district, 93 +ve cases belong to Cuttack city (CMC area).
Another 6 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/c3hYwEj8DA
— CMC,Cuttack (@CMCCuttack) July 24, 2020
୧୪ ଲୋକାଲ୍ କେସ୍ ମଧ୍ୟରେ ବିଡ଼ାନାଶି ଶୌଚାଳୟ ଲେନ୍ରୁ ଜଣେ, ବାଉରି ସାହିରୁ ଜଣେ, ଓଡ଼ିଆ ବଜାରରୁ ୨ ଜଣ, ଓଉଡ୍ ରାଉସପାଟଣାରୁ ୨ ଜଣ, ଚାନ୍ଦିନୀ ଚୌକରୁ ଜଣେ, ଖ୍ରୀଷ୍ଟିଆନ୍ ସାହିରୁ ଜଣେ, ଗୋପାଳପୁର ବାଲିକୁଦାରୁ ଜଣେ, ଶିଖରପୁର ନଦୀକୁଳ ସାହିରୁ ଜଣେ, ନୂଆସାହିରୁ ଜଣେ କୋଭିଡ୍ ଯୋଦ୍ଧା, ନୂଆସାହି ଗଣ୍ଡରପୁରରୁ ଜଣେ, ନୂଆ ବଜାରରୁ ଜଣେ ଓ ଦିୱାନ୍ ବଜାରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ବକ୍ସିବଜାର ବାସୁଳିସାହିରୁ ୨୩, ଡଗରପଡ଼ା ବାଣୀନଗରରୁ ୨୪, ଶଙ୍କରପୁର ଦାସସାହିରୁ ୭, ଦୋଳମୁଣ୍ଡାଇରୁ ୬, ସିଡିଏ ସେକ୍ଟର-୭ରୁ ୫, ଜଗତପୁର ପଦ୍ରାସାହିରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ସିଏମ୍ସି ଅଞ୍ଚଳରୁ ୫୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୨୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।