ଆଜି ଚିହ୍ନଟ ହୋଇଥିବା ୯୧ କରୋନାଙ୍କ ମଧ୍ୟରୁ ୪୪ଜଣ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨୮ଜଣଙ୍କ ଭିତରୁ ୧୭ଜଣ ସୁରତ ଫେରନ୍ତା , ୮ପଶ୍ଚିମବଙ୍ଗ ଫେରନ୍ତା, ଦୁଇଜଣ ମହାରାଷ୍ଟ୍ର ଏବଂ ଜଣେ ହାଇଦ୍ରାବାଦ ଫେରନ୍ତା । ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ୧୭ଜଣଙ୍କ ଭିତରୁ ୨ଜଣ ସୁରତ ଓ ୩ ପଶ୍ଚିମବଙ୍ଗ ଫେରନ୍ତା , ଜଣେ ମହାରାଷ୍ଟ୍ର ଏବଂ ୧୦ ଜଣ ହାଇଦ୍ରାବାଦ ଫେରନ୍ତା । ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି।


ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ୧୫ ଜଣଙ୍କ ଭିତରୁ ଜଣେ ହୋମ୍ କ୍ୱାରେନଂଟାଇନ୍ ରେ ଥିବା ବେଳେ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସୁରତ ଫେରନ୍ତା।

ପୁରୀରୁ ଚିହ୍ନଟ ୭ଜଣଙ୍କ ଭିତରୁ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୩ଜଣ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ବ୍ୟକ୍ତି। ସେମାନେ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ଜଣଙ୍କ ଭିତରୁ ଜଣେ ହୋମ୍ କ୍ୱାରେନଂଟାଇନ୍ ରେ ଥିବା ବେଳେ ୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ସ୍ଥାନୀୟ ବ୍ୟକ୍ତି ଓ ୨ଜଣ ସୁରତ ଫେରନ୍ତା।

ଅପରପକ୍ଷରେ କଟକ ଜିଲ୍ଲାରୁ ୨ଜଣ ସୁରତ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୨, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ  ସୁରତ ଫେରନ୍ତା ଥିବା ଜଣାଯାଇଛି।