ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ୯୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୭ କେସ୍ ଥିବା ବେଳେ ୬୩ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ଏମାନଙ୍କ ‘କରୋନା’ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଆଜି ୨୪ ଜଣ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 15th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/L3vLlSMW1J— BMC (@bmcbbsr) July 15, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୦୭ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍ସି ଅଞ୍ଚଳରେ ୯୦ ଜଣ ଅଛନ୍ତି। ଏଥିରେ ଲୋକାଲ୍ କେସ୍ ୨୬ ରହିଛି। ସେଥିରୁ ବିଜେପି ନଗରରେ ଏକ ପ୍ରାଇଭେଟ୍ ହସ୍ପିଟାଲ୍ର ଜଣେ ୨୭ ବର୍ଷୀୟ ଡ୍ରାଇଭର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଜାଗମରା ଜଗମୋହନ ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ଓସ୍କାଲ୍ ସିଟିରୁ ଜଣେ, ଘାଟିକିଆରୁ ଜଣେ, ପୋଖରୀପୁଟ୍ ଡିଏଭି ସ୍କୁଲ ନିକଟରୁ ୨ ଜଣ, ଓଲଡ୍ ଟାଉନ୍ ପୂନମା ଗେଟ୍ ଅଞ୍ଚଳରୁ ଜଣେ, ଖଣ୍ଡଗିରି ପିପିଏଲ୍ କଲୋନୀରୁ ଜଣେ, ଭରତପୁର ମହାଲକ୍ଷ୍ମୀ ବିହାରୁ ଜଣେ, ରସୁଲଗଡ଼ ଓକାକ୍ ଅଫିସ୍ ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, ବିଶ୍ୱେଶ୍ୱର ବସ୍ତିରେ ରହୁଥିବା ଏକ ବେସରକାରୀ ମେଡିକାଲ୍ର ଜଣେ କର୍ମଚାରୀ, ନୟାପଲ୍ଲୀ ଗଜପତି ନଗର ବସ୍ତିରୁ ଜଣେ, ୟୁନିଟ୍-୪ ଏମ୍ଏଲ୍ଏ କଲୋନୀରୁ ଜଣେ, ରସୁଲଗଡ଼ ଜିଜିପି କଲୋନୀରୁ ୨ ଜଣ, ଖଣ୍ଡଗିରିରୁ ଜଣେ, ଟ୍ରାଇଡେଣ୍ଟ କଲେଜ ନିକଟସ୍ଥ ମହାବୀର ବସ୍ତିରୁ ଜଣେ, କୋଳଥିବା ସତ୍ୟସାଇ ଏନ୍କ୍ଲେଭାରେ ରହୁଥିବା ଏକ ବେସରକାରୀ ମେଡିକାଲ୍ର କର୍ମଚାରୀ, ଖଣ୍ଡଗିରି ଗଣ୍ଡମୁଣ୍ଡାରୁ ଜଣେ, ପାତ୍ରପଡ଼ା ଫୁଲେଶ୍ୱର ବସ୍ତିରୁ ଜଣେ, ଖଣ୍ଡଗିରି କୁଳଥିଆରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାରରୁ ୨ ଜଣ ଓ ଏକ ପ୍ରାଇଭେଟ୍ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ୬୫ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି।
ଆଜି ୨୪ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୮୫୯ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୬୨ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।