ଭୁବନେଶ୍ୱର: ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of Nine Covid positive patients while under treatment in hospitals.
1. An 18 year old male of Bolangir district who was also suffering from Sickle Cell disorder.
2. A 75 year old female of Bolangir who was also suffering from Diabetes & Hypertension
— H & FW Dept Odisha (@HFWOdisha) September 4, 2020
୫ଟି ଜିଲ୍ଲାରେ ଏହି ୯ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ମଧ୍ୟ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ରାୟଗଡ଼ାରୁ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଏହା ସହିତ ବଲାଙ୍ଗିରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚି ଯାଇଛି। ସେହିପରି କଟକରେ ଏହି ସଂଖ୍ୟା ୩୬ରେ ପହଞ୍ଚିଥିବା ବେଳେ ଗଞ୍ଜମରେ ୧୯୯ ଓ ଖୋର୍ଦ୍ଧାରେ ୭୨ରେ ପହଞ୍ଚିଯାଇଛି। ରାୟଗଡ଼ାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।