ଭୁବନେଶ୍ୱର: ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କଟକ ଜିଲ୍ଲାରୁ ୨, ନୟାଗଡ଼, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୯ ମୃତକଙ୍କ ମଧ୍ୟରୁ ୩ ମହିଳା ଥିବା ବେଳେ ୬ ଜଣ ହେଉଛନ୍ତି ପୁରୁଷ।
Regret to inform of the demise of nine Covid positive patients while under treatment in hospitals.
1.A 67 year old female of Cuttack district who was also suffering from Hypertension & Chronic Kidney Disease.
— H & FW Dept Odisha (@HFWOdisha) August 15, 2020