କଟକରୁ ଆଉ ୯ଟି କରୋନା ପଜିଟିଭ ଚିହ୍ନଟ

କଟକ : ଆଜି ସିଏମସିରୁ ଆଉ ୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୮ଟି ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ଗୋଟିଏ କେସ୍ ହୋମ୍ କ୍ୱାରେଣ୍ଟାଇନ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା କଟକ ସିଏମସି ଅଞ୍ଚଳରେ ମୋଟ ୨୪୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ସୁସ୍ଥ ହୋଇଛନ୍ତି । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୫୬ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଜି ଆଚାର୍ଯ୍ୟ ହରିହର ଆଇସୋଲେସନ ୱାର୍ଡ଼ରୁ ପେଟେଣ୍ଟ ଓ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଚିହ୍ନଟ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୫୫,୫୬, ୪୨ ଓ ୬୦ ଅଟେ । ସେହିପରି ୪ ଜଣ କରୋନା ଯୋଦ୍ଧା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସିଡ଼ିଏ ସେକ୍ଟର୯ର ହୋଇଥିବା ସୂଚନା ମିଳିଛି । ସେ ପୂର୍ବରୁ ଅନ୍ୟ ଜିଲ୍ଲାର ଏକ ଘରୋଇ ହସ୍ପିଟାଲ ଯାଇଥିଲେ ।