ଆଜି ଭୁବନେଶ୍ୱରରୁ ୮୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । କରୋନା ମୁକାବିଲା କରିବା ଦିଗରେ ସାଧାରଣ ଲୋକଙ୍କ ସହାୟତା ଲୋଡ଼ୁଛନ୍ତି ସରକାର । ଅମାନିଆ ଲୋକଙ୍କ ପାଇଁ ବଢ଼ୁଛି ସଂକ୍ରମଣ । ସଂକ୍ରମଣ ରୋକିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ମଧ୍ୟ ସଙ୍ଗୀନ । ଆଜି କେବଳ ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବିଶେଷ କରି ସ୍ଥାନୀୟ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଆଜି ୪୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ଠାରୁ ଟପିଯାଇଛି ସ୍ଥାନୀୟ ସଂକ୍ରମଣ । ସ୍ଥାନୀୟ ସଂକ୍ରମଣ ଏତେ ମାତ୍ରାରେ ବୃଦ୍ଧି ପାଉଥିବାରୁ ପରବରର୍ତ୍ତୀ ସମୟରେ ସଂକ୍ରମଣ ବୃଦ୍ଧି ପାଇବା ସ୍ୱାଭାବିକ ।

ଅନ୍ୟପଟେ ରାଜଧାନୀରେ ୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି । ୪୯୪ ଜଣ ସୁସ୍ଥ ହୋଇଥିବା ବେଳେ ୬୨୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।