ମଝି ଚିଲିକାରେ ଫସିଲା ଭସାପୋଲ; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ବ୍ରହ୍ମଗିରି: ପ୍ରବଳ ପବନ ଯୋଗୁଁ ମଝି ଚିଲିକାରେ ଫସିଲା ଭସାପୋଲ । ଅଳ୍ପକେ ବର୍ତିଲେ ୭୦ରୁ ଅଧିକ ଯାତ୍ରୀ । ଜନୀକୁଦା ଘାଟରୁ ସାତପଡା ଅଭିମୁଖେ ଭସାପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା ।

ଖବର ପାଇ ପ୍ରଶାସନ ପହଂଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି । ଏଥିରେ ଗୋଟିଏ ବସ୍, ଏକାଧିକ ବାଇକ ସହ ଯାତ୍ରୀ ଥିବା ସୂଚନା ରହିଛି । ବହୁ ଚେଷ୍ଟା ପରେ ସାତପଡା ଘାଟରେ ସୁରକ୍ଷିତ ଭାବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।