ପୁଣି ସୁସ୍ଥ ହେଲେ ୮୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଆଉ ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି । ସୁସ୍ଥ ହୋଇଥିବା ୮୦ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ମାଲକାନଗିରିରୁ ୧୬ଜଣ, କଟକରୁ ୭ଜଣ, ନୟାଗଡ଼, ସୋନପୁର, ସୁନ୍ଦରଗଡ଼,କେନ୍ଦୁଝର, ଓ ଝାରସୁଗୁଡ଼ାରୁ ୩ଜଣ ଲେଖାଏଁ ରହିଛନ୍ତି।

ସେହିପରି ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ଏବଂ ବଲାଙ୍ଗୀର ,ଜଗତସିଂହପୁର ଓ ନବରଙ୍ଗରପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୮୦ଜଣଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ସମସ୍ତଙ୍କୁ ହସ୍‌ପିଟାଲ୍‌ରୁ ଛୁଟି ଦେବା ସହିତ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

୮୦ଜଣ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ସର୍ବମୋଟ ୧୩୨୫ଜଣ କରୋନା ଆକ୍ରାନ୍ତ ଏଯାବତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।