ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଡାକ୍ତର ସମେତ ୮ ଗିରଫ

କେନ୍ଦ୍ରାପଡ଼ା: ମହଙ୍ଗା ପଡ଼ିଲା ପୋଲିସ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ । କେନ୍ଦ୍ରାପଡ଼ା ସହରରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଘରୋଇ ନର୍ସିଂହୋମର ଦୁଇ ଜଣ ଡାକ୍ତର । ସେମାନଙ୍କ ସହ ଅନ୍ୟ ୬ ଜଣଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗତକାଲି କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂ ହୋମ୍ ଆଗରେ କୌଣସି କାରଣକୁ ନେଇ ଗହଳି ହୋଇଥିଲା । ଜଣେ ସାମ୍ବାଦିକ ଏହାର ଫଟୋ ଉଠାଉଥିଲେ । ଏତିକିବେେଳେ ନର୍ସିଂ ହୋମ୍ ମାଲିକ ଓ କର୍ମଚାରୀ ତାଙ୍କୁ ଗାଳିଗୁଳଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ପରେ ପୋଲିସ ପହଞ୍ଚିବାରୁ ସେମାନଙ୍କ ସହ ବି ଦୁଇ ଡାକ୍ତର ଯୁକ୍ତିତର୍କ କରିବା ସହ ଧସ୍ତାଧସ୍ତି କରିଥିଲେ । ଏହାପରେ ଗତକାଲି ରାତିରେ ଦୁଇ ଡାକ୍ତରଙ୍କ ସମେତ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।