ଆଉ ୮ କରୋନା ପଜିଟିଭ୍ ଚିହ୍ନଟ; ବରଗଡ଼କୁ ଜିଲ୍ଲାକୁ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୮ଜଣ ମଧ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ୭ଜଣ ଓ ବରଗଡ଼କୁ ଜିଲ୍ଲାକୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବରଗଡ଼କୁ ଛୁଇଁଛି କରୋନା । ଆକ୍ରାନ୍ତ ଜଣଙ୍କ ହୋମ୍ କ୍ୱାରେନଟାଇନ‌ରେ ଥିଲେ । ଏ ନେଇ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ବରଗଡ଼କୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।

ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକ୍‌ର ୨ଜଣ ଲେଖାଏଁ ଓ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ ଓ ବାହାର ରାଜ୍ୟରୁ ଫେରିଥିଲେ । ସମସ୍ତେ କ୍ୱାରେନଟାଇନ କେନ୍ଦ୍ରରେ ଥିଲେ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୪ଜଣ ଚିକିତ୍ସିତ ହେଉଛନ୍ତି । ଏ ନେଇ ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୨୭୭କୁ ବୃଦ୍ଧି ପାଇଛି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୯୭ଜଣ ସୁସ୍ଥ ହୋଇଛନ୍ତି ।