ଭୁବନେଶ୍ୱର: ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of eight Covid positive patients while under treatment in hospitals.
1. An 81-year old male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 31, 2020
କରୋନା ଯୋଗୁ ଆଖି ବୁଜିଥିବା ୮ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଗଜପତି, ନୟାଗଡ଼, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖା ଅଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଥିବା ବେଳେ ୬ ଜଣ ପୁରୁଷ।
2. A 79-year old male of Khordha district who was also suffering from Hypertension and end-stage renal disease with Uremic Encephalopathy.
3. A 49-year old male of Ganjam district.
— H & FW Dept Odisha (@HFWOdisha) July 31, 2020
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୮ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଗଞ୍ଜାମ ଜିଲ୍ଲାର ଚାରି ଜଣ ମୃତକଙ୍କର ବୟସ ଯଥାକ୍ରମେ ୮୧, ୪୯, ୭୩ ଓ ୪୫ ବର୍ଷ। ସେମାନେ ସମସ୍ତେ ପୁରୁଷ। ଏମାନଙ୍କ ଭିତରୁ ୮୧ ବର୍ଷିୟ ପୁରୁଷ ମଧୁମେହ ଏବଂ ୭୩ ବର୍ଷ ବୟସ୍କ ପୁରୁଷ ପାର୍କିନ୍ସନିଜିମ୍, କରୋନାରୀ ଧମନୀ ରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
4. An 82-year old female of Nayagarh district who was also suffering from Diabetes, Hypertension and Cerebrovascular Accident (Stroke).
5. A 58-year old female of Gajapati district.
6. A 52-year old male of Sundargarh district who was also suffering from Diabetes.
— H & FW Dept Odisha (@HFWOdisha) July 31, 2020
ଖୋର୍ଦ୍ଧା ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ଉଚ୍ଚ ରକ୍ତଚାପ ଏବଂ ୟୁରେମିକ୍ ଏନସେଫାଲୋପାଥି ସହିତ ଶେଷ ପର୍ଯ୍ୟାୟ ବୃକକ୍ ରୋଗରେ ପୀଡ଼ିତ ଥିଲେ । ସୁନ୍ଦରଗଡ଼ ଜିଲ୍ଲାର ୫୨ ବର୍ଷିୟ ପୁରୁଷ ମଧୁମେହରେ ପୀଡ଼ିତ ଥିଲେ। ଏହାଛଡ଼ା ଗଜପତି ଜିଲ୍ଲାର ଜଣେ ୫୮ ମହିଳା ଓ ନୟାଗଡ଼ ଜିଲ୍ଲାର ଜଣେ ୮୨ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି।
7. A 45-year old male of Ganjam district.
8. A 73-year old male of Ganjam district who was also suffering from Parkinsonism, Coronary Artery Disease, Diabetes & Hypertension.
— H & FW Dept Odisha (@HFWOdisha) July 31, 2020
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୫୮୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୯,୭୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୮୧ ରହିଛି।