୩ ଓଡିଆ ସିନେମାକୁ ଜାତୀୟ ସିନେ ପୁରସ୍କାର

୬୭ ତମ ନ୍ୟାସନାଲ୍ ଫିଲ୍ମ ଆଓ୍ୱାର୍ଡ

ଭୁବନେଶ୍ଵର : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୩ ଓଡିଆ ସିନେମାକୁ ମିଳିଛି ଜାତୀୟ ସିନେ ପୁରସ୍କାର। ‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ମିଳିଛି ଜାତୀୟ ଫିଲ୍ମ ପୁରସ୍କାର। ଶଲା ବୁଢାର ବଦଲା, କାଲିର ଅତୀତକୁ ମଧ୍ୟ ସମ୍ମାନିତ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ୬୭ ତମ ନ୍ୟାସନାଲ୍ ଫିଲ୍ମ ଆଓ୍ୱାର୍ଡ ଘୋଷଣା କରିଛନ୍ତି।

ବେଷ୍ଟ କଲଚର୍‌ ଫିଲ୍ମରେ ଶ୍ରୀକ୍ଷେତ୍ରରୁ ସାହଜାତକୁ ପୁରସ୍କୃତ କରାଯାଇଛି। ଏହାକୁ ନନ୍‌ ଫିଚର ଶ୍ରେଣୀରେ ପୁରସ୍କୃତ କରାଯାଇଛି। ସେହି ପରି ବେଷ୍ଟ ଓଡିଆ ଫିଚର ଫିଲ୍ମ ଶ୍ରେଣୀରେ ଶଲାବୁଢାର ବଦଲା ଏବଂ କାଲିର ଅତୀତକୁ ଚୟନ କରାଯାଇଛି ।ଶଲା ବୁଢାର ବଦଲାର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। କାଲିର ଅତୀତକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି।

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଛିଛୋରେ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ମନୋଜ ବାଜପେୟୀ ଏବଂ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମ ଭୋଁସଲେ ପାଇଁ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମ ମାଣିକର୍ଣ୍ଣିକା ଓ ପଙ୍ଗା ପାଇଁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

7th national film award 3 odia cinema awarded