୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍‌

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍‌ ଘୋଷଣା କରିଛି ଜିଲା ବାଣିଜ୍ୟ ସଂଘ।

ସକାଳ ୭ଟାରୁ ରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରି ଖୋଲା ରହିବ। ସେହିପରି ନୟାଗଡ଼ ସହରକୁ ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ସୋମ ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବ। ଏହି ସମୟରେ ମେଡିସିନ୍ ଦୋକାନ ଖୋଲା ରହିବ। ଆଜି ନୟାଗଡ଼ରେ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛି।