ଆଜି ରାଜ୍ୟରେ ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।


ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡ଼ାରୁ ୩୧, ଗଜପତିରୁ ୨୭, ସୁନ୍ଦରଗଡ଼ରୁ ୨୪, ଯାଜପୁରରୁ ୨୧, କନ୍ଧମାଳରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ୱଲପୁରରୁ ୧୧, ଭଦ୍ରକରୁ ୧୦, କେନ୍ଦ୍ରାପଡ଼ାରୁ ୧୦, ପୁରୀରୁ ୧୦, ବରଗଡ଼ରୁ ୬, ବଲାଙ୍ଗିରିରୁ ୫, ବାଲେଶ୍ୱରରୁ ୪, ବୌଦ୍ଧରୁ ୩, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୩, ଅନୁଗୋଳ, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୩୧୮୭୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୭ ଜଣ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।