ଆଜି ଚିହ୍ନଟ ହୋଇଥିବା ୭୬ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୭୬ ଜଣ କରୋନା ଆକ୍ରାନ୍ତଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ୫ ଜଣ ପଶ୍ଚିମବଙ୍ଗ, ଜଣେ ଲେଖାଏଁ ଆନ୍ଧ୍ରପ୍ରଦେଶ,ଗୁଜୁରାଟ ଓ ତାମିଲନାଡ଼ୁରୁ ଫେରିଥିଲେ ।  ସେହିପରି ନୂଆପଡାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ ଗୁଜୁରାଟରୁ ଫେରିଥିଲେ ।  ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗ ଓ ୪ ଜଣ ମହାରାଷ୍ଟ୍ରରୁ ଫେରିଥିଲେ ।

କଟକର ୧୧ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୮ ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ଜଣେ ତାମିଲନାଡୁରୁ ଫେରିଥିଲେ ।  ବାଲେଶ୍ୱରର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ।  ନୟାଗଡ଼ର ୨ ଜଣ ଆକ୍ରାନ୍ତ ସୁରତରୁ ଫେରିଥିବାବେଳେ ସୁନ୍ଦରଗଡ଼ର ୨ ପଜିଟିଭଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ଓ ଆଉ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ ।  ସେହିପରି ଖୋର୍ଦ୍ଧାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୦ ଜଣ ସୁରତରୁ ଫେରିଥିବାବେଳେ ୩ ଜଣ ମହାରାଷ୍ଟ୍ରରୁ ଫେରିଥିଲେ।


ଗଞ୍ଜାମର ୧୦ ଜଣ ପଜିଟିଭଙ୍କ ମଧ୍ୟରୁ ୬ ଜଣ ସୁରତରୁ ଫେରିଥିବାବେଳେ ୨ ଜଣ ସ୍ଥାନୀୟ କେସ ବୋଲି ଜଣାପଡିଛି।