କଟକ: ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ ଆଜି ପୁଣି ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୬ ଜଣ ପୁରୁଷ ହୋଇଥବା ବେଳେ ୩୦ ଜଣ ମହିଳା। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସଂଗରୋଧରୁ ଥିବା ବେଳେ ୧୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।
#COVID19 update in Cuttack city (CMC area)
Out of the 98 new COVID-19 +ve cases reported today in #Cuttack district, 76 +ve cases belong to Cuttack city (CMC area).
Another 70 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/4x22Hmw9Rt
— CMC,Cuttack (@CMCCuttack) August 8, 2020
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ୱାରେଣ୍ଟାଇନରୁ ଆଜି ୩ ଜଣ କରୋନା ଯୋଦ୍ଧାଙ୍କ ସମେତ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଯୋଦ୍ଧାମାନେ ଏସ୍ସିବି ଆଇସୋଲେସନରୁ ଚିହ୍ନଟ ହୋଇଛନ୍ତି।
ହୋମ୍ କ୍ୱାରେଣ୍ଟାଇନରୁ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ସାହେବଜାଦା ବଜାରରୁ, ମଙ୍ଗଳାବାଗ, ଚୌଧୁରୀ ବାଜର ଓ ସୁଧାପୁରରୁ ଜଣେ ଲେଖାଏଁ। ଆଜି ୧୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ଦେଓ୍ଵାନ ବଜାରରୁ ୩ ଜଣ, ତେଲେଙ୍ଗା ବଜାରରୁ ଜଣେ, ଖପୁରିଆରୁ ଜଣେ, ମେଡିକାର ରୋଡରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ ୨ ଜଣ, କଣ୍ଟେନମେଣ୍ଟ ରୋଡରୁ ଜେଣ, କନିକା ରୋଡରୁ ଜଣେ, ସିଡିଏ ସେକ୍ଟରରୁ ଜଣେ, ମଠସାହିରୁ ଜଣେ, ସତୀ ଚଉରାରୁ ଜଣେ ଏବଂ ବିଡ଼ାନାସୀରୁ ଜଣେ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି।