ଗଞ୍ଜାମ : ରାଜ୍ୟରେ ବିଭିନ୍ନ ଜିଲାରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରୁଥିବା ବେଳେ ଗଞ୍ଜାମରେ ଆଜି ନୂତନ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା କେବଳ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି।
ଏହାସହ ଗଞ୍ଜାମରେ ସମସ୍ତ ସରକାରୀ ଅଫିସକୁ ସାଧାରଣଲୋକଙ୍କୁ ଯିବାକୁ ବାରଣ କରାଯାଇଛି। କିଛି ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ଆସନ୍ତା ୧୦ ଦିନ ପାଇଁ ଏହି ନିୟମ ଓ ପ୍ରବେଶ ଉପରେ କଟକଣା ଲଗାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗଞ୍ଜାମରେ ୧୦୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୮୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୩୪୩ ଜଣ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହାସହ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ ଗଞ୍ଜାମ ଜିଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।