ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଖୁସି ଖବର ଆସିଛି। ରାଜ୍ୟର ୧୨ଟି ଜିଲ୍ଲାରୁ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮୭ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଭାଗର ଅନୁସାରେ ଯାଜପୁରରୁ ୨୫ଜଣ, ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଏବଂ ବଲାଙ୍ଗୀରିରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦୁଇ ଦୁଇ ଥର ସେମାନଙ୍କ ନମୁନା ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସମସ୍ତଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଳରୁ ଡିସଚାର୍ଜ କରାଯାଇଛି।