ଭୁବନେଶ୍ୱର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
Covid-19 Report For 18th July
New Positive Cases: 736
In Quarantine: 481
Local Contacts: 255(Details of local contacts will be shared by concerned District Administration)
District Wise Cases
1. Angul: 22
2. Balasore: 33
3. Bargarh: 3
4. Bhadrak: 5
5. Bolangir: 4
6. Boudh: 8— I & PR Department, Odisha (@IPR_Odisha) July 19, 2020
ଆଜି ଗଞ୍ଜାମରୁ ସର୍ବାଧିକ ୨୪୭, ଖୋର୍ଦ୍ଧାରୁ ୧୦୭ ,କୋରାପୁଟରୁ ୪୫, ଯାଜପୁର ଓ ଜଗତସିଂହପୁରରୁ ୪୦ ଲେଖାଏଁ, ଗଜପତିରୁ ୩୯, ବାଲେଶ୍ୱରରୁ ୩୩, କଟକରୁ ୨୭ , ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭ ,ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ରାୟଗଡ଼ା ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗିରରୁ ୪ , ବରଗଡ଼ରୁ ୩, କଳାହାଣ୍ଡିରୁ ୨, ନବରଙ୍ଗପୁର, ଢେଙ୍କାନାଳ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮୧ ରହିଛି।