ସୁସ୍ଥ ହେଲେ ୭୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ବାସୀଙ୍କ ପାଇଁ ଆଜି ଏକ ବଡ ଖବର ଆସିଛି । ଆଜି ୭୩ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ୧୦୦୦ ପାର ହୋଇଛି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦୫୦ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୭୩ଜଣଙ୍କ ମଧ୍ୟରେ ବୌଦ୍ଧରୁ ୨୮ଜଣ, ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ ୧୦ଜଣ, କଟକରୁ ୯ଜଣ, ଖୋର୍ଦ୍ଧାରୁ ୭ଜଣ, ମାଲକାନଗିରି ଓ ଅନୁଗୁଳରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ସଂଖ୍ୟା ୧୦୫୦ରେ ପହଁଚିଥିବା ବେଳେ ରାଜ୍ୟରେ ବର୍ତମାନ ୭୬୦ଟି ସକ୍ରିୟ ମାମଲା ରହିଛି । ଏହା ସହ ମୋଟ ୧୮୧୯ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।