ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍ରୁ ଆଜି ଓଡ଼ିଶାର ୧୩ଟି ଜିଲ୍ଲାରୁ ୭୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୧୪ ଜଣ, କେନ୍ଦୁଝରରୁ ୧୧ ଜଣ, ଖୋର୍ଦ୍ଧାରୁ ୧୦ ଜଣ, ଭଦ୍ରକରୁ ୯ ଜଣ, ଯାଜପୁରରୁ ୭ ଜଣ, ମୟୂରଭଂଜରୁ ୬ ଜଣ, ଗଂଜାମରୁ ୪ ଜଣ, କଟକରୁ ୩ ଜଣ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ବ୍ୟକ୍ତି କରୋନା ରୋଗରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୦୪୭ରେ ପହଞ୍ଚିଛି।
Another 73 #COVID19 patients have recovered and are being discharged on 17.6.2020.
14 from Kandhamal
11 from Keonjhar
10 from Khurdha
9 from Bhadrak
7 from Jajpur
6 from Mayurbhanj
4 from Ganjam
3 from Cuttack
(1/2)— H & FW Dept Odisha (@HFWOdisha) June 17, 2020