କଟକ: ମାଲଗୋଦାମ ଅଂଚଳର ବେହରା ସାହି ପରେ ଜଲୁଆ ସାହି କଣ୍ଟେନମେଣ୍ଟ ଜୋନ୍ ଚିନ୍ତା ବଢ଼ାଇଛି। ଏଠାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩ ଜଣ ପୁରୁଷ ହୋଇଥବା ବେଳେ ୨୦ ଜଣ ମହିଳା। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ସଂଗରୋଧରୁ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।
#COVID19 update in Cuttack city (CMC area)
Out of the 76 new COVID-19 +ve cases reported today in #Cuttack district, 73 +ve cases belong to Cuttack city (CMC area).
Another 2 recoveries (10th August data) have been reported recently! KUDOS to all doctors and healthcare staff. pic.twitter.com/GcHKazdKAy
— CMC,Cuttack (@CMCCuttack) August 11, 2020
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ୱାରେଣ୍ଟାଇନରୁ ମୋଟ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏସ୍ସିବି ମେଡିକାଲ ଆଇସୋଲେସନରୁ ୨ ଜଣ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ସେହିଭଳି ଆଚାର୍ଯ୍ୟ ହରିହରି କ୍ୟାନ୍ସର ଆଇସୋଲେସନ ଓ୍ଵାର୍ଡରୁ ଜଣେ ଓ ଅନ୍ୟ ସରକାରୀ କ୍ୱାରେଣ୍ଟାଇନରୁ ୩ ଜଣ ମହିଳାଙ୍କ ସମେତ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ୧୨ ଜଣଙ୍କ ମଧ୍ୟରୁ ସୁତାହାଟରୁ ୮ ଜଣ (୨ ଜଣ ମହିଳା ଓ ୫ ଜଣ ପୁରୁଷ), ପ୍ରତାପ ନଗରୀରୁ ୨ ଜଣ (ପୁରୁଷ ଓ ମହିଳା), ବିଡ଼ାନାସୀରୁ ଜଣେ ପୁରୁଷ ଓ ଚୌଧୁରୀ ବଜାରରୁ ଜଣେ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ଅଂଚଳରୁ ଚିହ୍ନଟ ୫ ଜଣ ସଂକ୍ରମିତଙ୍କ ମଧ୍ୟରେ ବକ୍ସିବଜାରରୁ ୨ ଜଣ କୋଭିଡ ଯୋଦ୍ଧା ଅଛନ୍ତି। କାଠଗଡ଼ା ସାହିରୁ ୨ ଜଣ ଓ ବାଦାମବାଡ଼ିର ବିକାଶ ନଗରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।