ଜମ୍ମୁ-କାଶ୍ମୀରରୁ ହଟିବ ଅର୍ଦ୍ଧସୈନିକ ବଳର ୭୨ କମ୍ପାନି

ଶ୍ରୀନଗର: ଗୃହ ମନ୍ତ୍ରାଳୟ ସୁରକ୍ଷା ହ୍ରାସ କରିବା ପାଇଁ ଜମ୍ମୁ-କାଶ୍ମୀରରୁ ଅର୍ଦ୍ଧସୈନିକ ବଳର ୭୨ଟି କମ୍ପାନିକୁ ଫେରାଇ ଆଣିବାକୁ ନିଷ୍ପତି ନେଇଛନ୍ତି । ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କାରଣରୁ ବ୍ୟାପକ ପରିମାଣରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିଲା ।

ଗୃହ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ୨୪, ସୀମା ସୁରକ୍ଷା ବଳ (ବିଏସଏଫ)ର ୧୨, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ୧୨, ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ୧୨ ଓ ସଶସ୍ତ୍ର ସୀମା ବଳ (ଏସଏସବି)ର ୧୨ କମ୍ପାନୀ ନୂତନ ଭାବେ ଘୋଷିତ ରାଜ୍ୟ ଜମ୍ମୁ କଶ୍ମୀରରୁ ବାହାରିଯବେ । ସୂଚନାଯୋଗ୍ୟ ଯେ ସେନାର ପ୍ରତି କମ୍ପାନୀରେ ୧୦୦ ଜଣ ଲେଖାଏଁ ଯବାନ ଥାଆନ୍ତି । ଅର୍ଥାତ ଘାଟୀରୁ ୭୦୦୦ରୁ ଅଧିକ ଅର୍ଦ୍ଧସୈନିକ ବଳ ବାହାର କରାଯିବ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଷ୍ପତି କ୍ରମେ ଏହି ନିଷ୍ପତ୍ତି ହୋଇଛି ।