ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର:ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ  ଦେଇଛନ୍ତି ସରକାର ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ଆକାନ୍ତ ମାନେ କେତେ ବର୍ଷର ତାହା ସାର୍ବଜନୀନ କରାଯାଇଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ଭଦ୍ରକର ୫ ଜଣ ଓ ବାଲେଶ୍ୱରର ୨ ଆକ୍ରାନ୍ତଙ୍କ  ସମ୍ପର୍କରେ ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।  ଭଦ୍ରକର ୫ ଜଣ ପୁରୁଷଙ୍କ ଠାରେ କରୋନା ପଜିଟିଭ୍ ହୋଇଛି । ୫ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୮,୫୫,୫୭,୫୮, ୬୬ ବୋଲି ଜଣାପଡ଼ିଛି । ସେହିପରି ବାଲେଶ୍ୱରର ଜଣେ ୩୨ ବର୍ଷୀୟ ଯୁବକ ଓ ଏକ ୨ ବର୍ଷିୟ ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭଦ୍ରକର ଭଣ୍ଡାରପୋଖରୀ ର ୨ ଜଣ  ଓ ୩ ଜଣ ବାସୁଦେବପୁର  । ୫ଜଣ ଆକ୍ରାନ୍ତ ଭଦ୍ରକର ଏହି ୫ କରୋନା ଆକ୍ରାନ୍ତ କୋଲକାତାରୁ ଆସିଥିବା ସୂଚନା ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ବର୍ଷର ଶିଶୁ କନ୍ୟା ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତର ବାଂଶପାଳ ବୋଲି ସୂଚନା ମିଳିଛି ।