ପ୍ରଶାସନ କଥାକୁ ଅବମାନନା କରି ରାମ ନବମୀ କରି ଗିରଫ ହେଲେ ୭, ଲାଗିଲା ୧୪୪ ଧାରା

ବଲାଙ୍ଗୀର: ଆଜି ରାମ ନବମୀ । ତେବେ ରାମ ନବମୀ ପାଳନ କରିବାକୁ ଚାରିଆଡେ ମନା କରିବା ସତ୍ୱେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ରାମ ନବମୀ ପାଳନ କରୁଥିଲେ । ପ୍ରଶାସନର କଥାକୁ ଅବମାନନା କରି ରାମ ନବମୀ କରୁଥିବାରୁ ୭ଜଣଙ୍କୁ ପୋଲିସ ଗିରଫ କରିବା ସହ ୧୪୪ ଧାରା ଲାଗୁ କରାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ଶ୍ରୀରାମ ନବମୀ ପାଳନ କରିବାକୁ ଦଶ ଦିନ ପୂର୍ବରୁ ମଣ୍ଡପ ତିଆରି ହୋଇଥିଲା । କିନ୍ତୁ ୪ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ମଣ୍ଡପକୁ ଉଠାଇବାକୁ ଚିଠି ମାଧ୍ୟମରେ ନିର୍ଦେଶ ଦିଆଯାଇଥିଲା। ଗତ କାଲି ରାତି ୯ ଟା ଭିତରେ ମଣ୍ଡପ ଭାଙ୍ଗିବା ପାଇଁ ବଲାଙ୍ଗୀର ଉପଜିଲ୍ଲାପାଳ ନିଜେ ନିର୍ଦେଶ ଦେଇଥିଲେ।

ଆଜି ସକାଳ ୧୦ ଟାରେ ଖବର ପାଇ ବଲାଙ୍ଗିର ଉପଜିଲ୍ଲାପାଳ ସଦଇପାଲିଠାରେ ପହଂଚି କରୋନା ପାଇଁ ଲୋକ ଜମା ହେବାକୁ ନେଇ ମନା କରିଥିଲୋ ଲୋକେ ଏହି ନିର୍ଦେଶ ନ ମାନିବାରୁ ଜେସିପି ଡାକି ମଣ୍ଡପ ଭାଙ୍ଗିଥିଲା ପ୍ରଶାସନ। ଏହି ମାମଲାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏବେ ସଦଇପାଲିଠାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗାଁରେ ଦୁଇଦିନ ପାଇଁ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।