କରୋନା ବିଜୟ ପାଇଁ ମୋଦିଙ୍କ ୭ ଟି ମନ୍ତ୍ର

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକଡାଉନ ଅବଧି। ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବାସହ ଲକଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ମୋଦି ତାଙ୍କ କରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଚତୁର୍ଥ ସମ୍ବୋଧନରେ କହିଛନ୍ତି କି ୨ୟ ପର୍ଯ୍ୟାୟ ଲକଡାଉନ ମଧ୍ୟ ପ୍ରଥମ ଲକଡାଉନ ଭଳି କଡାକଡା ଓ କଠୋର ଭାବେ ବଳବତର ରହିବ।

ଏହାସହ ମୋଦି କହିଛନ୍ତି ଏହି ଲକଡାଉନ ସମୟରେ ଗରିବ ଖଟିଖିଆ ଓ ଦିନ ମଜୁରିଆଙ୍କୁ ଦୃଷ୍ଟିରେ ରଖି କଟକଣାରେ କିଛି କୋହଳ କରାଯିବ। ଯାହା ସରକାର ଆସନ୍ତାକାଲି ଗାଇଡ୍ ଲାଇନର ପ୍ରକାଶ କରିବେ। ତେବେ ମୋଦି ଶେଷରେ କୋରୋନାକୁ ପରାଜିତ କରିବା ପାଇଁ ୭ ଟି ଗୁରୁମନ୍ତ୍ର ଦେଇଛନ୍ତି। ସେଗୁଡିକ ହେଲା…

୧. ଘରର ଗୁରୁଜନ ଓ ରୋଗରେ ପୀଡିତ ଲୋକଙ୍କ ବିଶେଷ ଧ୍ୟାନ ନିଅନ୍ତୁ।

୨.ଆୟୁଷ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ଅନୁପାଳନ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସୁସ୍ଥ ରୁହନ୍ତୁ।

୩. କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଘର ତିଆରି ମାସ୍କ ବ୍ୟବହାର କରନ୍ତୁ।

୪. ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରି ଏହାର ବ୍ୟବହାର କରନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଏହି ଆପ ଡାଉନଲୋଡ କରିବାକୁ ପ୍ରେରଣା ଦିଅନ୍ତୁ।

୫. ଆଖପାଖ ବା ନିକଟରେ ଥିବା ଗରିବ ଲୋକଙ୍କୁ ଭୋକରେ ନରଖି ସାହାଯ୍ୟର ହାତ ବଢାନ୍ତୁ। ଯଥା ସମ୍ଭବ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରନ୍ତୁ।

୬. ଶିଳ୍ପ ସଂସ୍ଥା ଓ ବିଭିନ୍ନ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। କୌଣସି କର୍ମଚାରୀଙ୍କୁ କମ୍ପାନୀରୁ ବରଖାସ୍ତ କରନ୍ତୁ ନାହିଁ।

୭. ଦେଶର କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାନ୍ତୁ ଓ ଆଗ୍ରହ କରନ୍ତୁ । କାରଣ ସେମାନେ ଆମ ପାଇଁ ଜଣେ ଜଣେ ଗୌରବ।