ରାୟପୁର: ରାସାୟନିକ କାରଖାନାରୁ ଗ୍ୟାସ୍ ଲିକ୍ ହେତୁ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଡ଼ୋଶୀ ଛତିଶଗଡରେ ମଧ୍ୟ ସେଭଳି ଘଟଣା ଘଟିଥିବାର ସୂଚନା ମିଳିଛି। ରିପୋର୍ଟରେ କୁହାଯାଇଛି ଯେ, ରାୟଗଡ ଜିଲ୍ଲାର ଏକ ପେପର ମିଲରେ ଗ୍ୟାସ ଲିକ୍ ହେବାରୁ ୭ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି।
“ବିଷାକ୍ତ ଗ୍ୟାସ ଲିକ୍ ହେବା ସମୟରେ ମିଲର ଏକ ଟାଙ୍କି ସଫା କରୁଥିବାରୁ ୭ଜଣ କର୍ମଚାରୀ ଗ୍ୟାସର ସଂସ୍ପର୍ଶରେ ଆସି ଏବେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୋଲିସ ଅଧୀକ୍ଷକ କହିଛନ୍ତି। ଏହି ତିନି ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଜଧାନୀ ରାୟପୁରକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି। ରାୟଗଡ ଏସପି କହିଛନ୍ତି ଯେ, ପେପର ମିଲ ପରିଚାଳନା କମିଟି ପୋଲିସକୁ ସୂଚନା ଦେଇ ନାହିଁ । ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଗ୍ୟାସ୍ ଲିକ ସମ୍ପର୍କରେ ସୂଚନା ମିଳିଥିବା ସେ କହିଛନ୍ତି ।