ବଜ୍ରପାତରେ ଗଲା ୭ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଆନନ୍ଦପୁର କାଠକଟା ବିର୍ସାମୁଣ୍ଡା ପଡ଼ିଆ ନିକଟରେ ଜଣେ ମୃତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବାରଡ଼ଙ୍ଗା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି ।

ଜଗତସିଂପୁର ବାଲିକୁଦା ବରଗୁଡ଼ିପଡ଼ାରେ ଗାଈ ସହ ମାଲିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଓ ଉଦ୍ଭୟେ ଘର ପିଣ୍ଡାରେ ବସିଥିଲେ । ସଦରଥାନା ରାଇଡିହିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦଣ୍ଡାରଗଡ଼ିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କଟକ ଟାଙ୍ଗୀ ବ୍ଲକ ସଫା ପଞ୍ଚାୟତ ସୁଆରୀ ଗାଁରେ ଯୁବକଙ୍କ ମୃତ୍ୟୁ ହୋଇଛି ।