ଆନ୍ଧ୍ରପ୍ରଦେଶର ‘ଟୁରିଷ୍ଟ୍‍ ବୋଟ୍‌’ ବୁଡ଼ି ଘଟଣା: ୭ ମୃତ, ମୃତକ ପରିବାରକୁ ୧୦ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା

ବେଦୀପଟ୍‌ନମ୍‌: ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଦେବୀପାଟ୍‌ନମରେ ଥିବା ଗୋଦାବରୀ ନଦୀରେ ରବିବାର ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ‘ଟୁରିଷ୍ଟ୍‍ ବୋଟ୍‌’ ବୁଡ଼ିଯାଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବୋଟ୍‌ଟି ବୁଡ଼ିବା ସମୟରେ ବୋଟ୍‌ରେ ସମୁଦାୟ ୬୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣ ଯାତ୍ରୀ ଥିବା ବେଳେ ୧୧ ଜଣ କ୍ରିୟୁ ମେମ୍ବର ଥିଲେ।ଏହି ଦୁର୍ଘଟଣାରେ ଏଯାବତ୍‌ କେହି ମୃତାହତ ହୋଇନାହାନ୍ତି। ୧୦ ରୁ ୧୫ ଜଣ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ବାକି ଅନ୍ୟମାନଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଛି। ଏହି ଘଟଣାକୁ ଠିକ୍‌ ଭାବେ ବୁଝାସୁଝା କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ରାଜ୍ୟ କର୍ତ୍ତପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧାରୀକାର୍ଯ୍ୟରେ ନେସ୍‌ନାଲ୍‌ ଡିଜାଷ୍ଟାର୍‌ ନେସ୍‌ନାଲ୍‌ ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ର ଦୁଇଟି ଟିମ୍‌ ଓ ଦୁଇଟି ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ‘ରୟାଲ୍‌ ବଶିଷ୍ଟ ଟୁରି୍‌ ବୋଟ୍‌’ରେ ଯାତ୍ରୀମାନେ ଗାନ୍ଧୀ ପୋଚମା ମନ୍ଦିରରୁ ପାପୀକୋନ୍ଦାଲୁକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି।