ଭୁବନେଶ୍ୱର: ଆଜି ରାଜ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Regret to inform the demise of 7 Covid positive patients while under treatment in hospitals.
1. A 63-year old male of Sundergarh district who was also suffering from Diabetes.
2. A 45-year old male of Bhubaneswar who was also suffering from Diabetes.
— H & FW Dept Odisha (@HFWOdisha) July 27, 2020
ପ୍ରଦତ୍ତ ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କଟକ, ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି । ଏହାଛଡ଼ା ଭୁବନେଶ୍ୱରର ଜଣଙ୍କ ମୃତ୍ୟୁ ହୋଇଛି।
3. A 51-year old female of Ganjam district.
4. A 58-year old male of Ganjam district who was also suffering from Diabetes.
5. A 55-year old male of Ganjam district.
6. A 66-year old male of Cuttack district.
— H & FW Dept Odisha (@HFWOdisha) July 27, 2020
ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ବି ପୀଡ଼ିତ ଥିଲେ । ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ୫୫ ବର୍ଷ ବୟସ୍କ ପୁରୁଷଙ୍କର କରୋନାରେ ପ୍ରାଣହାନି ଘଟିଛି।
ଠିକ୍ ସେହିପରି କଟକ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ବି ପୀଡ଼ିତ ଥିଲେ । ଭୁବନେଶ୍ୱରର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ପ୍ରାଣ ହରାଇଛନ୍ତି, ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ।
ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ମୃତ୍ୟୁବରଣ କରିଛନ୍ତି, ଯିଏ ଉଚ୍ଚ ରକ୍ତଚାପରେ ବି ପୀଡ଼ିତ ଥିଲେ ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ହୋଇଛି। ଏମାନଙ୍କ ଭିତରୁ ୧୬,୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୯ ରହିଛି।