କଟକରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି ରାଜ୍ୟରେ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୭ଟି ଲୋକାଲ କେସ ବାହାରିଥିବା ଜଣାଯାଇଛି। ଏନେଇ ସିଏମସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ସିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଟକର କାଠଗୋଲା ସାହିର ୩୩ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେହିପରି କଟକର ଥୋରିଆ ସାହିରୁ ୫୨ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ନୂଆପାଟଣାରୁ ୨୪ବର୍ଷୀୟା ମହିଳା, ମଙ୍ଗଳାବାଗରୁ ୨୩ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ମହାନଦୀ ବିହାରରୁ ୪୦ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ କଟକ ଜଗତପୁରରୁ ଜଣେ ୪୫ବର୍ଷୀୟ ପୁରୁଷ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ମହାନଗର ନିଗମ ଅଞ୍ଚଳରୁ ସମୁଦାୟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରିଲେଣି। ଅବଶିଷ୍ଟ ୨୪ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନାରେ କଟକରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।