ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଛଅ ବର୍ଷ ଝିଅର ମୃତ୍ୟୁ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଚଳନପଡ଼ା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଏକ ଛଅ ବର୍ଷ ଝିଅର  ମୃତ୍ୟୁ ଅଭିଯୋଗ ହୋଇଛି । ମୃତକଙ୍କ ନା ବର୍ଷା ଖଳସେ। ତାଙ୍କ  ବାପା ଡାକ୍ତର ଖଳସେ  ଝୋଳପଥର ଗାଁର ବୋଲି ଜଣାପଡ଼ିଛି । ଗତ ୩ ତାରିଖରେ ତେଲେଙ୍ଗାନାରୁ ଟ୍ରେନ ଯୋଗେ ବାହାରି ୪ ତାରିଖ ନୂଆପଡ଼ାରେ ପହଞ୍ଚିଥିଲେ।  ସେଠୁ  ୫ ତାରିଖ ଦିନ ଚଳନପଡ଼ା ଅସ୍ଥାୟୀ ସଙ୍ଗରୋଧ କେଦ୍ରରେ ପହଞ୍ଚିଥିଲେ ।

ତେଲେଙ୍ଗାନାରୁ ବାହାରିବା ଦିନଠାରୁ ବର୍ଷାଙ୍କର ଜ୍ୱର ଓ ଝାଡ଼ା ହେଉଥିବା ବେଳେ ଖଡ଼ିଆଳ ପହଞ୍ଚିବା ପରେ ଚିକିତ୍ସା ପାଇଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଦାୟିତ୍ୱରେ ଥିବା ନୋଡାଲ ଅଫିସର  କୁନ୍ତୀ ସତନାମୀ ଓ ସରପଞ୍ଚ ଗିରିଶ ପଣ୍ଡାଙ୍କୁ  ବାରମ୍ବାର ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ହେଲେ  ସେଦୁହେଁ କିଛି ବ୍ୟବସ୍ଥା କରି ନ ଥିବାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପିତା ଡାକ୍ତର ଖଳସେ।