ଆସନ୍ତାକାଲିଠାରୁ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ୨୦୧୯

ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ।

୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆସନ୍ତା ୧୬ ରୁ ୨୪ଯାଏଁ ଚାଲିବ । କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୁନ ୨୫ଟି ଦଳ ଓ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସବୁ ଲିଗ କମ ନକ ଆଉଟ ଆଧାରରେ ଖେଳାଯିବ । ସର୍ବଭାରତୀୟ ପୋଲିସ କଣେ୍‌ଟ୍ରାଲ ବୋର୍ଡ଼ର ଦିଗଦର୍ଶନରେ ଏହି ପ୍ରତିଯୋଗିତା ଓଡ଼ିଶା ପୋଲିସ ଦ୍ୱାରା ଆୟୋଜନ କରାଯାଉଛି ।

ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାକ୍ସଟ”ଓଲି ‘କୁ ଏହି ପ୍ରତିଯୋଗିତାର ମାକ୍ସଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତାର କ୍ୱାଟର ଓ ସେମି ଫାଇନାଲ ମ୍ୟାଚ ସବୁ ଆସନ୍ତା ୨୧ ଠାରୁ ଖେଳାଯିବ । ଏହା ପରେ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖୋଳଯିବ ।